ଅମାନିଆଙ୍କ ଯୋଗୁ ନଡିଆ ବଜାର ପରିସରକୁ ସ୍ଥାନାନ୍ତର ହେଲା ଗବକୁଣ୍ଡ ହାଟ

ସୁଆଣ୍ଡୋ : ଶହ ଶହ ବର୍ଷ ଧରି ହୋଇ ଆସୁଥିବା ଗବକୁଣ୍ଡ ହାଟ ଅମାନିଆଙ୍କ ଯୋଗୁଁ ସୋମବାର ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ ହୋଇଛି । ପୁରୀଜିଲା ସତ୍ୟବାଦୀବ୍ଲକ ଗବକୁଣ୍ଡ ପରିବା ହାଟର ସୋମବାର ହାଟପାଳି ଥିଲା । ଗତ ଗୁରୁବାର ପାଳି ଦିନ କରୋନା ଲକ୍ ଡାଉନ ନିୟମକୁ ଅମାନିଆ ମାନଙ୍କ ଉଲଙ୍ଘନ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ହାଟର ସ୍ଥାନ ପରିବର୍ତ୍ତନ କରାଯାଇ ନଡ଼ିଆ ବଜାର ପରିସରରେ ଆଜି ଖୋଲିଛି । ସେଠାରୁ ଚାଷୀ ବେପାରୀ ଓ ଖାଉଟି ନିଜର ଆବଶ୍ୟକ ପରିବା ପତ୍ର କିଣାକିଣି କରୁଥିବା ଦେଖାଯାଇଛି । ପୁରୁଣା ହାଟ ପଡିଆ ଆଜି ଖାଲି ପଡିଛି । ପ୍ରଶାସନ ତରଫରୁ ଲୋକମାନଙ୍କୁ ଏତେ ସଚେତନତା କରା ଯାଉଥିଲେ ସୁଦ୍ଧା ଆଜି ବି କିଛି ବ୍ୟକ୍ତି ସମ ଦୂରତା ଓ ମାକ୍ସ ବାନ୍ଧି ନଥିବା ସାଧାରଣରୁ ଅଭିଯୋଗ ହୋଇଥିଲା । ଏଭଳି ସମୟରେ ସମସ୍ତ ଜନସାଧାରଣ ସମ ଦୂରତା ରଖିବା ସହିତ ମାକ୍ସ ବାନ୍ଧି ହାଟକୁ ଆସିବାକୁ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ ନିବେଦନ କରିଛନ୍ତି

Comments are closed.