ବଜ୍ରପାତରେ ମହିଳା ଚାଷୀ ମୃତ

0

ସୁଆଣ୍ଡୋ : ପୁରୀ ଜିଲ୍ଲା ଡେଲାଙ୍ଗ ନିକଟ ବେନୁପଡା ଗ୍ରାମରେ ବଜ୍ରପାତ ଘଟି ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ରବିବାର ଅପରାହ୍ନରେ ବିନୋଦିନୀ ବେହେରା(୩୫) ବିଲରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡେଲାଙ୍ଗ ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ତହସିଲଦାର ଓ ଆରଆଇ ବିନୋଦିନୀଙ୍କ ପରିବାରରେ ପହଞ୍ଚି ସମବେଦନା ଜଣାଇବା ସହ ସରକାରୀ ନିୟମ ମୁତାବକ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply