ରୋଜଗାର ଛଡେଇ ନେଲା କରୋନା ; ସରକାରୀ ଚାଉଳ ଏକମାତ୍ର ଭରଷା

ସୁଆଣ୍ଡୋ : କରୋନା ସଂକ୍ରମଣ ରୋକିବା ପାଇଁ ଦେଶ ତମାମ ଲକ ଡାଉନ କରାଯାଇଛି । ଗାଡି ମଟର ବନ୍ଦ । ଲୋକମାନେ ଘରେ ନାକାବନ୍ଦୀ ହୋଇ ରହିଛନ୍ତି । ସେମିତି କିଛି ଜରୁରୀ କାମ ନଥିଲେ ଘରୁ କେହି ବାହାରକୁ ବାହାରୁ ନାହାନ୍ତି । ଏଥିପାଇ ନୀତି ଖଟି ରିକ୍ସା ଚଳେଇ ପେଟ ପୋଷୁଥିବା ରିକ୍ସାଚାଳକ ମାନଙ୍କ ଦୁଃଖ କହିଲେ ନସରେ ବୋଲି କହନ୍ତି । ସକାଳୁ ଆସି ଛକରେ ବସି ବସି ଘରକୁ ଫେରୁଥିବା ଦେଖାଯାଉଛି। ଦିନ ମଜୁରିଆ ଗରିବ ଲୋକ ବଞ୍ଚିବା ପାଇଁ ସରକାର କିଛି ସାହାଯ୍ୟ କରିବାକୁ ଦାବି କରାଯାଊଛି । ସରକାରଙ୍କ ଟଙ୍କିକିଆ ଚାଉଳ ଗଣ୍ଡାକ ମିଳୁଛି ବୋଲି ସେମାନେ ବଞ୍ଚି ଯାଇଛନ୍ତି ବୋଲି କୁହାଯାଉଛି । ଏ ସମ୍ପର୍କରେ ରିକ୍ସା ଚାଳକ କାଳୁ ନାୟକ କହନ୍ତି କଣ ଗୋଟେ ରୋଗ ଆସିଛି ଯେ ମାସେ ହେଲା ସବୁ ବନ୍ଦ । ଟଙ୍କିକିଆ ଚାଉଳ ଗଣ୍ଡାକ ମିଳୁ ନଈ ଗଡିଆ ତୁଠରୁ ଶାଗ ଆଣି ସିଝେଇ ଖାଉଛୁ। ତିଅଣ ଆମର ସାତ ସପନ ହେଲେଣି । ଏ ରୋଗ ନ ହଟିଲେ ଆମ ଭଳି ଗରିବ ଗୁରୁବା ରୋଜଗାର ନପାଇ ମରିଯିବେ ବୌଲି କହନ୍ତି। ସରକାର କରୋନା ମୁକାବିଲା ପାଇଁ ଅନେକ ଗରିବ କଲ୍ୟାଣ ଯୋଜନା କରିଛନ୍ତି ବୋଲି କହୁଥିବା ବେଳେ ବାସ୍ତବରେ ତାହା ଦେଖିବାକୁ ମିଳୁନି ବୋଲି କୁହାଯାଉଛି ।

 

 

Comments are closed.