କୃଷି ଓ କୃଷକ ସମସ୍ୟା ସମାଧାନରେ ସରକାର ବିଫଳ

0

ସୁଆଣ୍ଡୋ: ପୁରୀ ଜିଲା  ସତ୍ୟବାଦୀ ବ୍ଲକର କୃଷି ଓ କୃଷକ ମାନଙ୍କ ସମସ୍ୟା ସୁଧାରିବା ନିମନ୍ତେ ବିଜେଡି ସରକାରଙ୍କ ଅବହେଳା ସମ୍ପର୍କରେ  ବ୍ଲକ ବିଜେପି ମଣ୍ଡଳ ପକ୍ଷରୁ ଏକ ଆଲୋଚନା ସଭାରେ ଅଭିଯୋଗ କରାଯାଇଛି। ବଳପୁର ପଞ୍ଚାୟତ ହରିସହଦେବ ଠାକୁରଙ୍କ ମନ୍ଦିର ପ୍ରାଙ୍ଗଣରେ ବିଜେପି ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଜେପିର ଯୁବନେତା ଓମ୍ ପ୍ରକାଶ ମିଶ୍ର ଯୋଗଦେଇ ଲଘୁଚାପଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ସାର ଔଷଧ ଯୋଗାଇ ଦେବା , କୃଷିଋଣ ଛାଡ କରିବା, ଗଜା ଧୋଇର କ୍ଷୟକ୍ଷତି ଆକଳନ କରିବା, ସମ୍ପର୍କରେ ସରକାରଙ୍କ ଅବହେଳା ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରସଙ୍ଗରେ ଏକ ଦାବିପତ୍ର ଜିଲ୍ଲାପାଳ ତହସିଲଦାର ବିଡିଓଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ସତ୍ୟନାରାୟଣ ମହାପାତ୍ର ପ୍ରକାଶ କରିଥିଲେ । ଆଲୋଚନାରେ ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ, ସୀତାକାନ୍ତ ମହାପାତ୍ର , ସୁରେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Leave A Reply