କରୋନା ପାଇଁ ଭୃଗୁଘାଟରେ ବାରୁଣୀ ସ୍ନାନ ଫିକା ପଡିଲା

ସୁଆଣ୍ଡୋ : ପୁରୀ ଜିଲାରେ ପ୍ରବାହିତ ଭାର୍ଗବୀନଦୀର ବଳପୁର – ସୁଆଣ୍ଡୋ ଭୃଗୁଘାଟରେ କାହିଁ କେଉଁ କାଳରୁ ହେଉଥିବା ବାରୁଣୀସ୍ନାନ ବା ସାଗରସ୍ନାନ ମେଳା କୋରନା କଟକଣା ଯୋଗୁଁ ଫିକା ପଡିଛି । କରୋନା ଭାଇରସ ସଂକ୍ରମଣ ସତର୍କତା ଅବଲମ୍ବନ କରିବା ପାଇଁ ଜିଲାପାଳ ବଳୱନ୍ତ ସିଂହଙ୍କ ନିର୍ଦ୍ଦେଶରେ ବ୍ଲକ ପ୍ରଶାସନ ପକ୍ଷରୁ ମେଳା ପଡିଆରେ ୧୪୪ ଧାରା ଲାଗୁ କରାଯାଇଛି । ବରାଳ ବାଲୁଙ୍କେଶ୍ଵର ବଳପୁର ବାଲୁଙ୍କେଶ୍ଵର ସୁଆଣ୍ଡୋ ଲୋକେଶ୍ୱର ଓ ବିଦ୍ୟାଧରପୁର କୁଣ୍ଡଳେଶ୍ୱର ମହାଦେବ ସୁସଜ୍ଜିତ ବିମାନରେ ବିଜେ କରି ଛତି ତ୍ରାସ ଘଣ୍ଟ କାହାଳୀ ବାଜାବାଜି ନଦୀର ଉଭୟ ପାର୍ଶ୍ବରେ ପହଞ୍ଚିଥିଲେ । ସେବାୟତ ମାନଙ୍କ ଦ୍ୱାରା ଠାକୁରଙ୍କର ତୀର୍ଥ ସ୍ନାନ ପୂଜା ଆଳତୀ ଆଦି ନୀତିକାନ୍ତି କରା ଯାଇଥିଲା । ପ୍ରଶାସନିକ କଟକଣା ହେତୁ ମେଳା ପଡିଆରେ ଦୋକାନ ବଜାର ବସି ନଥିଲା । ହାତ ଗଣତି ଶ୍ରଦ୍ଧାଳୁ ନଦୀର ଜଳ ସିଞ୍ଚି ହୋଇଥିଲେ । କରୋନା ଭାଇରସ ଭୟରେ ମେଳା ସଂପୂର୍ଣ୍ଣ ଫିକା ପଡିଥିଲା । ସନ୍ଧ୍ୟାରେ ଠାକୁର ଗ୍ରାମକୁ ବାହୁଡି ଦୁଆରିଭୋଗ ହୋଇଥିଲା ।

Comments are closed.