ପରିଣତ ବୟସର କମାର ; ବଞ୍ଚାଇ ରଖିଛନ୍ତି କୌଳିକ ବୃତ୍ତି

0

ସୁଆଣ୍ଡୋ : ଗାଁ ଗହଳିରେ ସମର୍ଥ ଯୁବକ କାମଧନ୍ଦା ନକରି ଛକ ସ୍ଥାନରେ ଆଡ୍ଡା ମାରୁଥିବା ବେଳେ ପୁରୀ ଜିଲାର ସତ୍ୟବାଦୀ ଅନ୍ତର୍ଗତ ବାଇଁଶିବାଡି ଗ୍ରାମର ରାମ ମହାରଣା ପରିଣତ ବୟସରେ ନିଜ କମାରଶାଳକୁ ବେଉସାରେ ପରିଣତ କରିଛନ୍ତି । ଦିନରେ ଦୁଇ ବେଳା ସେ ଶାଳ ଲଗାଇ କୁରାଢ଼ି, ଦାଆ, କଟୁରୀ ଓ କୋଦାଳ ଇତ୍ୟାଦି ନିଆଁରେ ପକାଇ ପଜେଇ ଗରାଖଙ୍କୁ ଦେଇଥାନ୍ତି । ଏଥିରେ ଦିନକୁ ଶହେ ଦେଢ ଶହ ଟଙ୍କା ରୋଜଗାର କରନ୍ତି ବୋଲି ରାମ କହନ୍ତି । ତାଙ୍କର ପିଲାମାନେ ରୋଜଗାରକ୍ଷମ ହୋଇ ଗଲେଣି । ହେଲେ ରାମ ଓ ତାଙ୍କ ପତ୍ନୀ ଚଳିବା ପାଇଁ ଶାଳ ଉପରେ ନିର୍ଭର କରିଥାନ୍ତି । ତଥାପି ସେ ଖୁସିରେ ଅଛନ୍ତି । ସରକାରଙ୍କ ତରଫରୁ ରେସନ ଚାଉଳ ପାଉଛନ୍ତି ବୋଲି କହନ୍ତି।

Leave A Reply