ଅଜଗର ସାପ ଉଦ୍ଧାର

0

ସୁଆଣ୍ଡୋ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ  ପୋଢଙ୍ଗ ସାହିରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି । ମାଛ ଧରିବା ପାଇଁ ଖଲାସୀ ନାଳ ଭିତରେ ବନ୍ଧା ଯାଇଥିବା ଏକ ଫାସି ଜାଲରୁ ବିରାଟ ଆକାରର  ଅଜଗର ସାପକୁ  ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ ଗୁରୁବାରରେ ପୁରୀଜିଲା ସତ୍ୟବାଦୀ ଥାନା ପୋଢଙ୍ଗ ସାହିର କାଶୀନାଥ ବିଶ୍ୱାଳ ମାଛ ଧରିବା ପାଇଁ ଖଲାସୀ ନାଳରେ ଜାଲ ବାନ୍ଧି ଥିଲେ । ଜାଲରେ ଅଜଗର ସାପଟିଏ  ପଡିଥିବା ଦେଖି ଜାଲ ସହିତ ସାପଟିକୁ ଗ୍ରାମକୁ ଆଣିଥିଲେ । ଖବରପାଇ ଭୁବନେଶ୍ବର ସ୍ନେକ୍ ହେଲ୍ପ୍ ଲାଇନର ସଦସ୍ୟ ଶୁଭେନ୍ଦୁ ଓ ଅରୁଣ କୁମାର ବରାଳ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଶୁଭେନ୍ଦୁ କହିବା ଅନୁଯାୟୀ ସାପଟି ସାତ ବର୍ଷର ହୋଇଥିଲା ବେଳେ ତାର ଲମ୍ବ ପ୍ରାୟ ନଅ ଫୁଟ ଓ ଏହାର ଓଜନ ସାତ କିଲୋ । ସାପଟି ମାଇ ପ୍ରଜାତିର । ପରେ ଚିକିତ୍ସା ପାଇଁ ସାପଟିକୁ ଓୟୁଏଟି କୁ ନିଆଯାଇଛି ।

Leave A Reply