ସାକ୍ଷୀଗୋପାଳ ବଜାରରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ

0

ସୁଆଣ୍ଡୋ : ବୁଧବାର ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ବଜାରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଆରସିଏମ୍ଏସ୍ ଗେଟ୍ ଠାରୁ ଲେବୁଲ କ୍ରସିଙ୍ଗ ପର୍ଯ୍ୟନ୍ତ ବଜାରର କିଛି ଅଂଶ ବେଆଇନ ଦଖଲ ହଟାଇ ଦିଆଯାଇଛି । ଆସନ୍ତା କାଲି ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ ପ୍ରକାଶ କରିଛନ୍ତି । ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଗୋଟିଏ ସେକ୍ସନ ଫୋର୍ସ ସହିତ ସତ୍ୟବାଦୀ ଥାନା ସେକେଣ୍ଡ ଅଫିସର ରବୀନ୍ଦ୍ର କୁମାର ନନ୍ଦ ଏଥିରେ ସାମିଲ ହୋଇଥିଲେ । ପ୍ରଶାସନ ପକ୍ଷରୁ ଅଁଳା ନବମୀ ଯାତ୍ରା ସମୟ ଆସିଲେ ସବୁ ବର୍ଷ ଜବରଦଖଲ ଉଚ୍ଛେଦ କରାଯାଇଥାଏ । ଏହାର ଗୋଟିଏ ସ୍ଥାୟୀ ସମାଧାନ କରାଯାଉ ବୋଲି ବୁଦିଜୀବୀ ମାନେ ମତପ୍ରକାଶ କରୁଛନ୍ତି ।

Leave A Reply