ଭୁଶୁଡ଼ିଲା କଲଭର୍ଟ: ପ୍ରଶାସନର ନିଘା ନାହିଁ

0

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ ଜିଲ୍ଲା କୃଷି ଅଧିକାରୀ ଓ କୃଷି ଫାର୍ମ କାର୍ୟ୍ୟାଳୟର ପ୍ରବେଶ ପଥ ରାସ୍ତାରେ ଥିବା କଲଭର୍ଟ ଭୁଶୁଡ଼ି ପଡିଛି। ପୁରୀ – ଭୁବନେଶ୍ବର ୩୧୬ ନଂ ଜାତୀୟ ରାଜପଥ ସତ୍ୟବାଦୀ ବ୍ଲକ ସମ୍ମୁଖରେ ଅବସ୍ଥିତ ଏହି କାର୍ୟ୍ୟାଳୟ ରାସ୍ତାର କଲଭର୍ଟ ଦୀର୍ଘଦିନ ତଳେ ଇଟାରେ ନିର୍ମାଣ କରାଯାଇଥିଲା । ସାକ୍ଷୀଗୋପାଳ ବଜାର ରାସ୍ତାର ବର୍ଷାଜଳ ଏହି ବାଟଦେଇ ପ୍ରବାହିତ ହୋଇଥାଏ । ଗତ ଲଗାଣ ବର୍ଷାରେ କଲଭର୍ଟର କିଛି ଅଂଶ ଭୁଶୁଡ଼ିବା ସହ ଅବଶିଷ୍ଟ ଅଂଶ ଫାଟି ଯିବାରୁ ରାସ୍ତା ଦବିଯାଇଥିଲା। ଏବେ ମରାମତି କରା ନ ଗଲେ ରାସ୍ତାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂର୍ତ୍ତବିଭାଗ ବିଭାଗ ପକ୍ଷରୁ ତୁରନ୍ତ ଉକ୍ତ ରାସ୍ତାକୁ ମରାମତି କରାଯିବା ସହ ଜଳ ନିଷ୍କାସନର ବାଟକୁ ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply