ପଟ୍ଟନାୟିକିଆ – ବଳପୁର ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

0

ସୁଆଣ୍ଡୋ : ୩୧୬ ନମ୍ବର ଜାତୀୟ ରାଜପଥର ପଟ୍ଟନାୟିକିଆ – ବଳପୁର ରାସ୍ତାର ପ୍ରଶସ୍ତୀକରଣ ପାଇଁ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଦ୍ଵାରା ସୋମବାର ଶିଳାନ୍ୟାସ କରାଯାଇଛି । ଉକ୍ତ ରାସ୍ତାଟି ପାଞ୍ଚ କିଲୋମିଟର ଆଠଶହ ମିଟର ଲମ୍ବ ହୋଇଥିବା ବେଳେ ଓସାର ଅଠର ଫୁଟ ରହିଛି । ଏହି ରାସ୍ତାର ସାତଶହ ପଚାଶ ମିଟର ଗୋଡି ଢଳେଇ ରାସ୍ତା କରାଯିବ। ରାସ୍ତାରେ ଉଣେଇଶଟି କଲଭର୍ଟ ଓ ଚାରିଟି ବ୍ରିଜ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ୮.୨୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏକ ବର୍ଷ ମଧ୍ୟରେ ରାସ୍ତା କାମ ସରିବ ବୋଲି ପୁର୍ତ୍ତବିଭାଗ କନିଷ୍ଠଯନ୍ତ୍ରୀ ମନୋଜ କୁମାର ନାୟକଙ୍କ ଠାରୁ ପ୍ରକାଶ କରିଛନ୍ତି । ଶିଳାନ୍ୟାସ କାର୍ୟ୍ୟକ୍ରମରେ ପୁର୍ତ୍ତବିଭାଗ ଉପଖଣ୍ଡ ଅଧିକାରୀ ଅକ୍ଷୟ କୁମାର ମହାନ୍ତି ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ପ୍ରମୁଖଙ୍କ ସହିତ ସରପଞ୍ଚ ସମିତି ସଭ୍ୟ / ସଭ୍ୟା ମାନେ ଉପସ୍ଥିତ ଥିଲେ ।

Leave A Reply