ଦଶହରା ଦିନ ଭାର୍ଗବୀରେ ଚାପ ଖେଳିଲେ ଶିବ ପାର୍ବତୀ

0

ସୁଆଣ୍ଡୋ : ପବିତ୍ର ଦଶହରା ଅବସରରେ ମା ଦୂର୍ଗା ଙ୍କର ମୃଣ୍ମୟୀ ମୂର୍ତ୍ତୀଙ୍କ ସହିତ ଦେବୀପୀଠ ଗୁଡ଼ିକରେ ବଡ ଜାକଜମକରେ ଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ତେବେ ପୁରୀ ଜିଲାର ସତ୍ୟବାଦୀବ୍ଲକ ସଂଲଗ୍ନ ବଳପୁର ଗ୍ରାମରେ ନିଆରା ଢଙ୍ଗରେ ଦଶହରା ପାଳନ କରାଯାଏ । ଦଶହରା ଦିନ ଗ୍ରାମର ଇଷ୍ଟଦେବତା ବାଲୁଙ୍କେଶର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ସହିତ କୁଶୁମେଶ୍ୱରର ଉଗ୍ରତାରା ପଣ୍ଡା ସାହିର ତାରିଣୀ ଦିହୁଡି ସାହିର ଷଷ୍ଠୀଦେବୀ ଓ ଆନନ୍ଦପୁରର ତାରିଣୀ ମିଳିତ ହୋଇ ଭାର୍ଗବୀ ନଦୀରେ ଚାପ ଖେଳିଥିଲେ । ସୁସଜ୍ଜିତ ବିମାନରେ ଦେବଦେବୀ ବିଜେ କରି ଗାଁରେ ଦୁଆରିପୂଜା ସରିବା ପରେ ଭୃଗୁଘାଟରେ ଅପେକ୍ଷାରେ ଥବା ନୌକାରେ ଦିଅଁଙ୍କୁ ବସାଯାଇଥିଲା । ନଦୀରେ ସାତଘେରା ବୁଲି ନଦୀର ଅପରପାର୍ଶ୍ୱରେ ଶ୍ରଦ୍ଧାଳୁ ମାନେ ଧୂପ ଦୀପ ପୂଜାର୍ଚ୍ଚନା କରିଥିଲେ । ଚାପଶେଷ ହେବା ପରେ ବିଭିନ୍ନ ଗ୍ରାମରୁ ଆମନ୍ତ୍ରିତ ହୋଇ ଆସିଥିବା ଠାକୁରାଣୀମାନେ ସ୍ୱ ମନ୍ଦିରରୁ ନିଜ ନିଜର ବିମାନରେ ବିଜେ କରିଥିଲେ । ଶେଷରେ ଶ୍ରୀ ବାଲୁଙ୍କେଶର ମହାଦେବ ବାହୁଡ଼ା ଯାତ୍ରା ଶେଷକରି ମନ୍ଦିର ଚାରିପଟେ ତିନିଥର ପ୍ରଦକ୍ଷିଣ କରି ମନ୍ଦିରକୁ ବିଜେ କରିଥିଲେ । ଠାକୁରଙ୍କ ଏହି ଯାତ୍ରା ଦେଖିବାକୁ ନଦୀର ଉଭୟ ପାର୍ଶ୍ବରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

Leave A Reply