ଗୋପବନ୍ଧୁ ଜୟନ୍ତୀ ଉପଲକ୍ଷେ ପ୍ରତିଯୋଗିତା

0

ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କବିତା, ବକ୍ତୃତ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇଛି। ଏହି ପ୍ରତିଯୋଗିତା ଜନ୍ମମାଟି ସୁଆଣ୍ଡୋସ୍ଥିତ ସ୍ମୃତି ମନ୍ଦିର ପରିସରରେ କରାଯାଇଥିଲା। ଗୋପବନ୍ଧୁ ସ୍ମୃତିପରିଷଦ ପକ୍ଷରୁ ରବିବାର ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ପ୍ରତିଯୋଗିତାକୁ ସ୍ମୃତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପ୍ରତିଯୋଗିତାରେ ୪୮ ବିଦ୍ୟାଳୟର ୧୪୬ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୩୮ ଜଣ କୃତକାର୍ୟ୍ୟ ହୋଇଛନ୍ତି ।

Leave A Reply