ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା

0

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳର ବାସୁକେରା ଗ୍ରାମରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ  ୨୧ ତମ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଗଣିତ, ବିଜ୍ଞାନ, ସଂସ୍କୃତି ଆଦି ବିଷୟରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ପ୍ରଧାନ ଗୁରୁଜୀ ପ୍ରଫୁଲ ବଡଜେନା ସଭାପତିତ୍ୱ କରିଥିଲେ। ଆଜିର ସମୟ ହେଉଛି ବିଜ୍ଞାନର ଯୁଗ । ଛାତ୍ରଛାତ୍ରୀ ମାନେ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରି ଆଗେଇବା ଲାଗି ଅତିଥିମାନେ ପରାମର୍ଶ ଦେଇଥିଲେ। ସଭାରେ ମୁଖ୍ୟଅତିଥି ଭାବେ ଜୟନ୍ତ ତ୍ରିପାଠୀ ଯୋଗ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଶ୍ରୀପତି ମହାପାତ୍ର ଓ ଅବଜରଭର ପ୍ରତାପ ପ୍ରଧାନ ପ୍ରମୁଖଙ୍କ ସହ ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ଥିଲେ ।

Leave A Reply