ଭଙ୍ଗାହେଲା ଢଳାଇ ବନ୍ଧ

0

ସୁଆଣ୍ଡୋ : ପୁରୀଜିଲା ବଳଙ୍ଗା ନିକଟ ଖିରିଖିଆ-ନୂଆଗାଁ ଖଲାସୀ ଭିତରେ ହୋଇଥିବା ଢଳେଇ ବନ୍ଧକୁ ଆଜି ପ୍ରଶାସନ ପକ୍ଷରୁ ଡ୍ରୋଜର ଲଗାଇ ଭାଙ୍ଗି ଦିଆଯାଇଛି। ସଦର ବ୍ଳକ ନୂଆଗାଁ ନିକଟରେ ୫ ଫୁଟ ଉଚ୍ଚ ଓ ୩୬ ଫୁଟ ଲମ୍ବର ଏହି ବନ୍ଧ କରାଯାଥିଲା । ଲଘୁଚାପଜନିତ ବର୍ଷା ଯୋଗୁ ଛଅଟି ପଞ୍ଚାୟତର ହଜାର ହଜାର ଏକର ଧାନ ଜମିରୁ ଜଳ ନିଷ୍କାସନ ହୋଇପାରି ନଥିଲା । ପନ୍ଦର ଦିନ ଧରି ତଳି ଓ ବୁଣାଧାନ ପାଣିରେ ବୁଡି ରହି ନଷ୍ଟ ହୋଇଯିବା ହେତୁ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ଚାଷୀଙ୍କ ସ୍ୱାର୍ଥ ଦୃଷିରୁ ବୁଧବାର ବନ୍ଧକୁ ଭାଙ୍ଗି ଦିଆଯାଇ ଥିବାରୁ ଲୋକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ଜଣାପଡିଛି।

Leave A Reply