ଆଇଆଇଟି ଛାତ୍ରୀଙ୍କ ଆତ୍ମହତ୍ୟା

0

ଗୌହାଟୀ .- ଆଇଆଇଟି ଗୌହାଟୀର ଜଣେ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ବୁଧବାରରେ ଏହି ଛାତ୍ରୀ ଜଣକ ନିଜ କକ୍ଷରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ନିଜ ପାଠପଢାରେ ବିତସ୍ପୃହ ହୋଇ ସେ ଆତ୍ମହତ୍ୟା କରିଥିବା ଜଣା ପଡିଛି ।

ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ପତ୍ରରେ ସେ ଇଞ୍ଜିନିୟରିଂ ପଢାରେ ବିତସ୍ପୃହ ହୋଇ ଏପରି ପଦକ୍ଷେପ ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି । ନାଗଶ୍ରୀ ନାମକ ଏହି ଛାତ୍ରୀ ଜଣଙ୍କ  ଶିକ୍ଷୟତ୍ରୀ ହେବା ପାଇଁ ଚାହୁଁ ଥିବା ବେଳେ ପରିବାର ଲୋକ ଇଞ୍ଜିନିୟର ହେବା ପାଇଁ ଚାପ ପକାଇଥିଲେ । ଏଥିପାଇଁ ସେ ଅସନ୍ତୁଷ୍ଟ ଥିବା କଥା ପ୍ରକାଶ କରିଛନ୍ତି ।

Leave A Reply