ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଧେୟକକୁ ନେଇ ଶାହାଙ୍କୁ ଘେରିଲେ ବିରୋଧୀ : ବନ୍ଦ ହୋଇଗଲା ସିଧା ପ୍ରସାରଣ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଧେୟକ (ସିଏବି) ସୋମବାର ରାତିରେ ଲୋକସଭାରେ ୩୧୧-୮୦ ବହୁମତରେ ଗୃହିତ ହେବା ପରେ ବୁଧବାର ରାଜ୍ୟସଭାରେ ଆଗତ ହୋଇଛି । ରାଜ୍ୟସଭାରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ନାଗରିକତ୍ଵ ସଂଶୋଧନ ବିଧେୟକ ୨୦୧୯ ଆଗତ କରିବା ପରଠାରୁ ବିରୋଧୀମାନେ ସାହାଙ୍କୁ ଘେରିଥିଲେ। ପରେ ଏହାକୁ ନେଇ ଶାହାଙ୍କୁ ବିରୋଧୀମାନେ ତୀବ୍ର ବିରୋଧ କରିଥିଲେ। ତେବେ ବିଧେୟକ ଉପରେ ଆଲୋଚନା ସମୟରେ ରାଜ୍ୟସଭା ଟିଭି କିଛି ସମୟ ଲାଗି ଗୃହରକାର୍ୟ୍ୟର ସିଧା ପ୍ରସାରଣକୁ ରୋକି ଦେଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିର୍ଦ୍ଦେଶକ୍ରମେ ଏହାକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିବା ଜଣାପଡ଼ିଛି।

Comments are closed.