ବାସ୍ତୁ ଅନୁସାରେ ପିଲାଙ୍କ ପଢ଼ା ଗୃହ

ପ୍ରତ୍ୟେକ ଅଭିଭାବକ ନିଜ ପିଲାଙ୍କ ପାଠପଢ଼ା ସମ୍ପର୍କରେ ଖୁବ୍ ସଚେତନ। ବାସ୍ତୁବିତ୍‌ଙ୍କ ମତରେ କେତୋଟି ନିୟମ ପାଳିଲେ ପିଲାଙ୍କ ପାଠପଢ଼ାରେ କୌଣସି ଅସୁବିଧା ଉପୁଜେନାହିଁ।

୧- ପଢ଼ିବା ନିମନ୍ତେ ସବୁଠୁ ଉତ୍ତମ ଦିଗ ହେଉଛି ଉତ୍ତର ଓ ପୂର୍ବ। ପିଲାଙ୍କ ପଢ଼ା ଟେବୁଲ୍ ଏହି ଦିଗରେ ରଖିବା ଉତ୍ତମ ପ୍ରଭାବ ପକାଇଥାଏ।

୨- ପଢ଼ା ଟେବୁଲ୍ ସମ୍ମୁଖରେ ଏକ ଝରକା ଥିବା ମଧ୍ୟ ଉତ୍ତମ। ନୂଆ କରି ଘର ଆରମ୍ଭ କରୁଥିଲେ, ଏ ବାବଦରେ ଜାଣିରଖନ୍ତୁ। ଝରକା ଖୋଲା ରଖିଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ।

୩- ଘରେ ବିମ୍ ଥିଲେ, ପଢ଼ା ଟେବୁଲ୍ ତା’ ତଳେ ରଖିବା ନକାରାତ୍ମକ ଶକ୍ତି ବୃଦ୍ଧି କରେ।

୪- ଚତୁର୍ଭୁଜ ଆକାରର ପଢ଼ା ଟେବୁଲ୍‌ରେ ପିଲା ପଢ଼ିବା ଉଚିତ, ଗୋଲାକାର ଟେବୁଲ୍‌୍ ଘରେ ଥିଲେ ମଧ୍ୟ ପିଲାଙ୍କ ପଢ଼ା ପାଇଁ ଏହା ଆଦୌ ଉଦ୍ଦିଷ୍ଟ ନୁହେଁ।

୫- ପିଲାଙ୍କ ପଢ଼ା କକ୍ଷର କାନ୍ଥ ରଙ୍ଗ ସବୁଜ କିମ୍ବା ନୀଳ ରଙ୍ଗ କରନ୍ତୁ। ପଢ଼ା ଘରେ ଲାଲ ରଙ୍ଗ କରିବା ଅନୁଚିତ କିମ୍ବା ସେଇ ରଙ୍ଗର ଆସବାବପତ୍ର ମଧ୍ୟ ରଖନ୍ତୁନାହିଁ।

Comments are closed.