‘ଷ୍ଟଡି ଫ୍ରମ ହୋମ’ ସମ୍ବନ୍ଧରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଜଣାଇବେ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର: କରୋନା ସମୟରେ ଘରେ ରହିବା ବେଳେ ଦେଶର ପ୍ରଫେସର,ଗବେଷକଙ୍କ ଭଳି ଲୋକ ବହୁ ନୂଆ ଜ୍ଞାନ କୌଶଳ ବିକାଶ କରୁଛନ୍ତି। ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସହ ଏହି ଜ୍ଞାନକୁ ସଂରକ୍ଷିତ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଆଇଆଇଟି ଖଡ଼ଗପୁର ସହାୟତାରେ ‘କରୋନା ଆଉଟବ୍ରେକ: ଷ୍ଟଡି ଫ୍ରର୍ମ ହୋମ’ ପ୍ରସ୍ତୁତ ହୋଇଛି।ଏଥିରେ ଏକାଡେମିକ ଓ ଗବେଷଣା ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ଅଧ୍ୟକ୍ଷ ଓ ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଓ ଆଇଆଇଟି ଖଡ଼ଗପୁର ମିଳିତ ଉଦ୍ୟମରେ କନସୋଲିଡେଟେଡ କୋଭିଡ-୧୯ ରିସର୍ଚ୍ଚ ରିସୋର୍ସ ରିପୋଜିଟୋରି ପ୍ରତିଷ୍ଠା ହୋଇଛି। ନ୍ୟାସନାଲ ଡିଜିଟାଲ ଲାଇବ୍ରେରି ଅଫ ଇଣ୍ଡିଆରୁ ଏହାକୁ ସମସ୍ତେ ପାଇପାରିବେ। ଏଥିରେ ପ୍ରକାଶିତ ସ୍କଲାର ପବ୍ଲିକେସନ, ଡାଟା ରିପୋଜିଟୋରି, ଡକୁମେଣ୍ଟ, ଭିଡିଓ, ଜର୍ଣ୍ଣାଲ, କନ୍‌ଫରେନ୍ସ ଭଳି ବହୁ ତଥ୍ୟ ମିଳିବ। ଏହା ବ୍ୟତୀତ ଜନତା, ଗବେଷକ, ପ୍ରଫେସରମାନେ ନିଜର ମତ ଓ ଜ୍ଞାନକୌଶଳ ମଧ୍ୟ ଦାଖଲ କରିପାରିବେ। ଏଥିପାଇଁ କଣ୍ଟ୍ରିବ୍ୟୁଟ୍‌ ବଟନ୍‌ ବ୍ୟବହାର କରିବାକୁ ପଡ଼ିବ। ୟୁଜିସି ପକ୍ଷରୁ ଏନେଇ ମଧ୍ୟ ମେଲ୍‌ ଆଇଡ୍‌ ଜାରି କରାଯାଇଛି। ସମସ୍ତ ବିଶ୍ୱବିଦ୍ୟାଳୟ ଓ ଏଥିସହ ଅନୁବନ୍ଧିତ ଥିବା ମହାବିଦ୍ୟାଳୟ ସେମାନଙ୍କର ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ, କର୍ମଚାରୀଙ୍କୁ କନସୋଲିଡେଟେଡ କୋଭିଡ-୧୯ ରିସର୍ଚ୍ଚ ରିସୋର୍ସ ରିପୋଜିଟୋରି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତଙ୍କୁ ଏ ସମ୍ପର୍କରେ ସୂଚିତ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

Comments are closed.