ସ୍ମାର୍ଟ ଫୋନରେ ଡିପ୍ଲୋମା ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ଵର: ଚଳିତବର୍ଷ ଅନ୍‌ଲାଇନରେ ହେବ ଡିପ୍ଲୋମା ପରୀକ୍ଷା। ଏ ସମ୍ପର୍କରେ ବୈଷୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀମାନେ ନିଜ ନିଜ କମ୍ପ୍ୟୁଟର ଏବଂ ଲାପଟପ୍‌ ଜରିଆରେ ଅନ୍‌ଲାଇନରେ ପରୀକ୍ଷା ଦେବେ। ତେବେ ଯେଉଁ ଛାତ୍ରଛାତ୍ରୀଙ୍କର ଲାପଟପ୍‌ କିମ୍ବା କମ୍ପ୍ୟୁଟର ନାହିଁ ସେମାନେ ସ୍ମାର୍ଟ ଫୋନରେ ପରୀକ୍ଷା ଦେଇପାରିବେ। ରାଜ୍ୟରେ ଚଳିତବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆସନ୍ତା ଅଗଷ୍ଟ ୧ ତାରିଖରୁ ୨୦ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସରିବାର ୭ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ ବୋଲି ବୈଷୟିକ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞକ୍ତିରେ ଉଲ୍ଲେଖ କରାଯାଇଛି।

Comments are closed.