ରାଜଧାନୀରେ ଅଘଟଣ- ଟ୍ୟୁସନ୍ ଯାଉଥିବା ବେଳେ ଡ୍ରେନ୍‌ରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ଟ୍ୟୁସନ୍ ଯାଉଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ଡ୍ରେନ୍‌ରେ ଭାସିଗଲେ।ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀ ଅଞ୍ଚଳରେ ଆଜି ଦିନ ଦୁଇଟା ସମୟରେ ଘଟିଛି ଏହି ଅଘଟଣ। ୧୫ ବର୍ଷୀୟ ଦଶମ ଛାତ୍ର ଜ୍ୟୋତିର୍ମୟ ବେହେରା ବରମୁଣ୍ଡା ପାଲାମଣ୍ଡପ ଘରୁ ଶତାବ୍ବୀ ନଗରକୁ ଟ୍ୟୁସନ୍ ଯାଉଥିଲେ। ଶତାଦ୍ଦୀନଗରରେ ବର୍ଷା ପାଣି ଜମିଥିବାରୁ ଛାତ୍ର ଜଣକ ସାଇକେଲରେ ସେଠି ଖସି ଯାଇଥିବା ଅନୁମାନ କରାଯାଉଛି। ଏହାପରେ ପାଖରେ ଥିବା ଡ୍ରେନରେ ସେ ପଡ଼ି ଯାଇଥିଲେ । ଦୀର୍ଘ ୪ଘଣ୍ଟା ଧରି ସେ ନିଖୋଜ ଅଛନ୍ତି । ଡ୍ରେନ୍ ଯାଇଥିବା ରାସ୍ତାରେ ଖୋଜାଖୋଜି ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକେ ଖୋଜାଖୋଜି କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜ୍ୟୋତିର୍ମୟ ବେହେରାଙ୍କୁ ଠାବ କରାଯାଇପାରି ନାହିଁ।

Comments are closed.