କୋଏଲ ନଦୀରେ ବୁଡ଼ି ଛାତ୍ର ନିଖୋଜ

ରାଉରକେଲା: କୋଏଲ ନଦୀ ହମିରପୁର ଘାଟରେ ଗାଧୋଇବା ସମୟରେ ଭାସି ଯାଇ ଜଣେ ଛାତ୍ର ନିଖୋଜ ଥିବା ଜଣାପଡ଼ିଛି। ଛାତ୍ରଜଣକ ହେଉଛନ୍ତି ସେକ୍ଟର-୬ ଅଞ୍ଚଳର ନବମ ଶ୍ରେଣୀର ଛାତ୍ର ବିବେକ କୁମାର ସିଂହ।

ସୂଚନା ଅନୁସାରେ, ରବିବାର ସକାଳୁ ୬ ଜଣ ସାଙ୍ଗ ସେକ୍ଟର-୬ ଅଞ୍ଚଳରୁ ପ୍ରାତଃ ଭ୍ରମଣରେ ଯାଇଥିଲେ। ପରେ ୬ ସାଙ୍ଗ ହମିରପୁର କୋଏଲ ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ପାଣିରେ ବୁଡି ନିଖୋଜ ଅଛନ୍ତି ବିବେକ। ଅନ୍ୟ ୫ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ନିଖୋଜ ନାବାଳକଙ୍କୁ ଖୋଜିବା ପାଇଁ ହମିରପୁର ମାଷ୍ଟର କଲୋନୀ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Comments are closed.