ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ; ବୁଧବାର ନାମାଙ୍କନ

0

କଟକ: ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଗୁଲ ବାଜି ସାରିଛି । ଆଉ ଦିନ କେଇଟା ପରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସୋମବାର ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୩ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ । ଅକ୍ଟୋବର ୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ଏବଂ ୧୦ ତାରିଖରେ ‘ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ’ । ଆଗାମୀ ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ।

ନିର୍ବାଚନ ଜିତିବାକୁ ଦୃଷ୍ଟରେ ରଖି ଆଶାୟୀ ପ୍ରାର୍ଥୀମାନେ ପ୍ରଚାର ପ୍ରସାରକୁ ଜୋରଦାର କରିଛନ୍ତି । କଲେଜ ପରିସରରେ ନିର୍ବାଚନର ଉଷ୍ମତା ସ୍ପଷ୍ଟ ବାରି ହୋଇପଡୁଛି । ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛି  କଲେଜ ପରିସରରେ ସେତିକି ଛାତ୍ର ଅଶାନ୍ତି ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ନେଇ କେତେକ କଲେଜରେ ନିର୍ବାଚନ ବାତିଲ କରାଯାଇଥିବା ବେଳେ ଗୋଟିଏ କଲେଜରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି ।

ସୋମବାର ନୀଳଗିରି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ କଲେଜ ପରିସରରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । କେତେକ ଛାତ୍ର ଓ ଅଣଛାତ୍ର ଏହି ଘଟଣାରେ ସାମିଲ ଥିବା ନେଇ ସନ୍ଦେହ କରାଯାଉଛି । ବୋମାମାଡରେ କଲେଜ ଶ୍ରେଣୀ ଗୃହର ଝରକା ଭାଙ୍ଗି ଯାଇଥିବା ଜଣାପଡିଛି । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି । ଖବର ପାଇ ନୀଳଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଫୁଟା ବୋମା ଜବତ କରିବା ସହ ପରିସ୍ଥିତ ଉପରେ ଦୃଷ୍ଟି ରଖିଛି । ଏହି ଘଟଣା ପରେ କଲେଜ କର୍ତ୍ତୃପକ୍ଷ ସାଇନ୍-ଏ-ଡ଼ାଏ ଘୋଷଣା କରିବା ସହ ନିର୍ବାଚନକୁ ବାତିଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କଲେଜରେ ଚାପା ଉତ୍ତେଜନା ଲାଗି ରହିଛି ।

ଅନ୍ୟପକ୍ଷରେ ବସ୍ତା ଜାମୁଶୁଳୀ ଏଲ୍.ଏନ୍ କଲେଜରେ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ସେହିପରି  ଉତ୍କଳ ବିଶ୍ବ ବିଦ୍ୟାଳୟ ଓ କଟକ ମଧୁସୂଦନ ଲ’ କଲେଜରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଛି ।

Leave A Reply