ସାପ କାମୁଡ଼ାରେ ଛାତ୍ର ମୃତ

ବାଲେଶ୍ବର : ବାଲେଶ୍ବର ଜିଲା ଔପଦା ବ୍ଲକ ଜଗାଆମ୍ବ ଗ୍ରାମରେ ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ ଅଫିସର ରପେୟୀ ମାରାଣ୍ଡିଙ୍କ ପୁଅ ମାଧବାନନ୍ଦ(୧୭)। ସେ ଔପଦା କଲେଜରେ +୨ ପ୍ରଥମ ବର୍ଷର ଛାତ୍ର ଥିଲେ।
ସୂଚନା ଅନୁସାରେ, ସୋମବାର ରାତିରେ ଶୋଇଥିବା ବେଳେ ମାଧବାନନ୍ଦଙ୍କୁ ଏକ ବିଷଧର ସାପ କାମୁଡିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମାଧବାନନ୍ଦଙ୍କ ବାପା ଅବସର ପରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି।

Comments are closed.