ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ : ଆମ୍ବୁଲାନ୍ସକୁ ଦାୟୀ କଲେ ଲୋକେ

ମାଲକାନଗିରି : ମାଲକାନଗିରି ଜିଲା କୋଇଲିପାରି ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ସମେତ କଲେଜର ଅନ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, କୋଇଲିପାରି ନିକଟରେ ୨ ମଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିରେ ଥିବା ୨ ଜଣ ମଟର ସାଇକେଲ ଆରୋହୀ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ଘଟଣା ସ୍ଥଳରୁ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଗୁରୁତର ଆହତ ହୋଇଥିବା କଲେଜ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ବର୍ତ୍ତମାନ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗି ରହିଛି।

Comments are closed.