ଅଜଣା ରୋଗରେ ଛାତ୍ର ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମର ଜଣେ ଛାତ୍ରଙ୍କର ମଙ୍ଗଳବାର ଭୋର ସମୟରେ ମୃତ୍ୟୁ ଘଟିଛି। ମୃତ ଛାତ୍ରଜଣକ ହେଉଛନ୍ତି ଘନଶ୍ୟାମ କାର୍ଜିଙ୍କ ପୁଅ ଆନନ୍ଦ କାର୍ଜି(୧୪)। ଦଶବର୍ଷ ପୂର୍ବେ ଘନଶ୍ୟାମ ଗାଇଡ଼ା ଗ୍ରାମରୁ ଆସି ଏଲଗଲ ଗ୍ରାମରେ ରହୁଥିଲେ। ତେବେ ତିନି ମାସ ପୂର୍ବେ ଆନନ୍ଦ କୌଣସି କାରଣରୁ ଦୁର୍ବଳ ହୋଇ ପଡିବା ସହିତ ଦେହ ହଳଦିଆ ପଡିଥିଲା। ଯାହାକୁ ଦେଖି ତାକୁ ବ୍ରହ୍ମପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ। ତେବେ ସ୍ୱାସ୍ଥ୍ୟରେ ଉନ୍ନତି ନହେବା ଦେଖି ଜୟନ୍ତୀପୁର ଗ୍ରାମର ଜଣେ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କରିଥିଲେ ପରିବାର ଲୋକେ। ତେବେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ବ୍ରହ୍ମପୁର ନିକଟ ଏକ ବେସରକାରୀ ଆଶ୍ରମରେ ରହି ପାଠ ପଢ଼ୁଥିବା ବେଳେ ତାଙ୍କର ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Comments are closed.