କୂଅରେ ପଡି ଛାତ୍ର ମୃତ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମରେ ଥିବା ଶିଶୁ ଯତ୍ନ କେନ୍ଦ୍ର ପରିସରରେ ଏକ କୂଅରେ ପଡି ୧୦ମ ଶ୍ରେଣୀର ଛାତ୍ର ପ୍ରଦୀପ କୁମାର ମୁଦୁଲୀ ଗୁରୁତର ଅବସ୍ଥାରେ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତର ସେଠାର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି। ସୂଚନା ଅନୁଯାଇ ଛାତ୍ର ଜଣଙ୍କ ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ  ବଲଟି  କୂଅ ଭିତରକୁ ଖସି ପଡିଥିଲା । କୂଅରୁ ବଲ୍ କାଢିବାକୁ ଯାଇ ଛାତ୍ର ଜଣଙ୍କ କୂଅରେ ପଡି ବାହାରକୁ ଆସିପାରି ନଥିଲା। ଶିଶୁ ଯତ୍ନ କେନ୍ଦ୍ରର କର୍ମକର୍ତ୍ତା ସଙ୍ଗେ ସଙ୍ଗେ ଦମକଳକୁ ଖବର ଦେଲା ପରେ ଦମକଳ ବାହିନୀ କୂଅରୁ ଉଦ୍ଧାର କରି ବାଙ୍କୀ ଡାକ୍ତରଖାନାକୁ ନେଇଥିଲେ। ଏ ସମ୍ପର୍କରେ ଅନୁଷ୍ଠାନର ସଦସ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଖେଳୁଥିବା ଅବସ୍ଥାରେ ଏଭଳି ଅଘଟଣ ଘଟିଛି ବୋଲି କହିଛନ୍ତି ।  ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କିଆପଲ୍ଲା ଗ୍ରାମର ପ୍ରଦୀପ ମୁଦୁଲୀ ଏବଂ ତାଙ୍କର ସାନ ଭଉଣୀ ଏହି କେନ୍ଦ୍ରରେ ରହି ପାଠ ପଢୁଥିବା ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.