ପିକଅପ୍ ଭ୍ୟାନ ଧକ୍କାରେ ଛାତ୍ର ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲା ଅନ୍ତର୍ଗତ କନକତୋରାର ୪୯ନମ୍ବର ଜାତୀୟ ରାଜପଥର ଏକ ଢାବା ନିକଟରେ ମଙ୍ଗଳବାର ଅପରାହ୍ନରେ ସଡକ ଦୁର୍ଘଟଣା ଘଟିଛି। ଟିଉସନ ଘରକୁ ଫେରୁଥିବା ଛାତ୍ରଙ୍କୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଛି। ଘଟଣାସ୍ଥଳରେ ଛାତ୍ରର ମୃତ୍ୟୁ ହୋଇଯାଇଛି। ଛାତ୍ରଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଗ୍ରାମବାସୀମାନେ ୪୯ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି।

Comments are closed.