ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା : ରାଉରକେଲାରେ ମଙ୍ଗଳବାର ସିଆଇଏସଏଫ ପରୀକ୍ଷା ଚାଲୁଥିବା ବେଳେ ଏକ ଅଘଟଣ ଘଟିଛି। ସିଆଇଏସଏଫ ଶାରୀରିକ ପରୀକ୍ଷାରେ ଫେଲ ହେବା ପରେ ଜଣେ ପରୀକ୍ଷାର୍ଥୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲାର ଅରବିନ୍ଦ ପୁଟେଲ ସିଆଇଏସଏଫ ପରୀକ୍ଷା ଦବାପାଇଁ ରାଉରକେଲା ଆସିଥିଲେ। ରାଇରକେଲା ଏରୋଡ୍ରମ ନିକଟ ପଡ଼ିଆରେ ସିଆଇଏସଏଫରେ ନିଯୁକ୍ତି ଲାଗି ପରିକ୍ଷା ଚାଲିଥିଲା। ସେ ଏହି ପରୀକ୍ଷାରେ ବିଫଳ ହେବାରୁ ମାନସିକ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲାସ୍ଥିତ ଆଇଜିଏଚ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣା ପଡ଼ିଛି।

Comments are closed.