ଦଳରୁ ଇସ୍ତଫା ଦେଲେ , ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହେଲେ- କଳ୍ପତରୁ ଓଝା

ଭୁବନେଶ୍ବର: ବିଜେଡିର ଛାତ୍ର ଓ ଯୁବ ଦଳର ରାଜ୍ୟସ୍ତରୀୟ କମିଟି ଘୋଷଣା ପରେ ଛାତ୍ର ଓ ଯୁବ ବିଜେଡିରେ ବିଦ୍ରୋହ ଦେଖାଦେଇଛି। ଆଜି ସାଧାରଣ ସମ୍ପାଦକ ପଦରୁ କଳ୍ପତରୁ ଓଝା ଇସ୍ତଫା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଦଳ ପାଇଁ କାମ କରୁଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିବା ସହ ବିଜୁ ଯୁବ ଜନତା ଦଳରେ କାର୍ଯ୍ୟକର୍ତ୍ତା ଚୟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସେ ଇସ୍ତଫା ଦେଉ ଦେଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିଷ୍କାର କରିଛନ୍ତି।

Comments are closed.