ପ୍ରଥମରୁ ଅଷ୍ଟମ ସବୁ ପାସ୍, ନବମ ପାଇଁ ସର୍ତ୍ତମୂଳକ ଉତ୍ତୀର୍ଣ୍ଣ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଇ ଦିଆଯାଇଛି। କରୋନା ସ୍ଥିତି ନେଇ ସବୁ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଇ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଯିବା ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବମରୁ ଦଶମ ଶ୍ରେଣୀକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ସର୍ତ୍ତମୂଳକ ଉତ୍ତୀର୍ଣ୍ଣ କରାଯାଇଛି। ଷାଣ୍ମାଷିକ ପରୀକ୍ଷା ରଖିଥିବା ନମ୍ବରକୁ ଆଧାର ଅନୁଯାୟୀ ସେମାନଙ୍କୁ ପାସ୍‌ କରାଯିବ। ବାର୍ଷିକ ପରୀକ୍ଷାରେ ଯେଉଁ ପରୀକ୍ଷା ହୋଇପାରିନାହିଁ ସେହି ବିଷୟରେ ଷାଣ୍ମାଷିକ ପରୀକ୍ଷାରେ ରଖିଥିବା ନମ୍ବର ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଯାଇପାରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

 

Comments are closed.