ଚକୋଲେଟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

0

ଅନୁଗୁଳ: ଚକୋଲେଟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା କୁମଣ୍ଡ ଚଣ୍ଡିବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ଘଟଣାରୁ ପ୍ରକାଶ ଯେ ସ୍କୁଲର ଜଣେ ଛାତ୍ରଙ୍କ ଆଜି ଜନ୍ମ ଦିନ ଥିଲା । ଏଥିପାଇଁ ସେ ସ୍କୁଲର ୨୬ ଜଣ ଛାତ୍ରଛାତ୍ରୀଙ୍କୁ ଚକୋଲେଟ୍ ବାଣ୍ଟିଥିଲେ । ତେବେ ଚକୋଲେଟ ଖାଇବାର କିଛି ସମୟ ପରେ ଅଧିକାଂଶ ଛାତ୍ରଛାତ୍ରୀଙ୍କର ପେଟ କାଟିବା ସହ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା । ଶିକ୍ଷକ ଶିକ୍ଷୟତ୍ରୀମାନେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ଏବେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍‌ରେ ଅଛନ୍ତି। ଚିକିତ୍ସିତ ହେଉଥିବା ଛାତ୍ରଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ନଥିବା ଡାକ୍ତରଖାନାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply