ଦୁଇ ଛାତ୍ରୀ ମୃତ୍ୟୁ ମାମଲା; ହତ୍ୟା ଅଭିଯୋଗ ଆଣିଲେ ପରିବାର

0

ବାଲେଶ୍ବର: ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଏକ ଭିନ୍ନ ମୋଡ଼ ନେଇଛି। ମୃତ ଦୁଇ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଗତ ଶନିବାର ଭୋର ତେଣ୍ଟଇ ମଳିକ ସାହିରେ ବୀରେନ୍ଦ୍ର ଦାସଙ୍କ ଘରୁ ତାଙ୍କ ଦଶମ ଶ୍ରେଣୀରେ ପଢୁଥିବା ଝିଅ ଲକ୍ଷ୍ମୀପ୍ରିୟା ଓ ତାଙ୍କ ଘର ଠାରୁ ତିନି କିଲୋମିଟର ଦୂର ବିରିପଡା ଗ୍ରାମର ମାୟାଧର ଦାସଙ୍କ ଝିଅ ପ୍ରିୟଙ୍କାର ମୃତ ଦେହ ସନ୍ଦେହ ଜନକ ଅବସ୍ଥାରେ ମଳିଥିଲା। ପ୍ରିୟଙ୍କା ଗତ ଦୁଇମାସ ଧରି ଟିୟୁସନ ହୋଇ ବୀରେନ୍ଦ୍ରଙ୍କ ଘରେ ରାତିରେ ରହି ପାଠ ପଢୁଥିଲା। ଉଭୟଙ୍କ ମୃତ୍ୟୁ ପରେ ରବିବାର ପ୍ରିୟଙ୍କା ଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରାଯାଇ ଥିବା ସୋର ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply