ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରେଳରୋକ

ଭୁବନେଶ୍ୱର : ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଭାବେ ରେଳରୋକ  କରାଯାଇଛି। ପ୍ରାୟ ୬ ଘଣ୍ଟା ପାଇଁ ଚାଷୀ ସଙ୍ଗଠନ ରେକ ରୋକ କରିଛନ୍ତି। ଏହାର ପ୍ରଭାବ ବିିଭିନ୍ନ ରେଳ ଷ୍ଟେସନରେ ଦେଖାଯାଇଛି। ସେମାନଙ୍କର ଦାବୀ ଅନୁଯାୟୀ ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ଘଟଣାରେ ତଦନ୍ତର ନିରପେକ୍ଷତା ପାଇଁ ସ୍ଵରାଷ୍ଟ୍ର ବିଭାଗର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରାଯାଉ । ଏହି ଘଟଣାରେ ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ । କୃଷକ ବିରୋଧୀ ତିନି କୃଷି ଆଇନ ରଦ୍ଦ କରାଯାଉ ଏବଂ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (MSP )ପ୍ରଦାନ ପାଇଁ ଆଇନ ଗତ ବ୍ୟବସ୍ଥା କରାଯାଉ ।

Comments are closed.