ଆଜି ଉଲୁଣ୍ଡା ବନ୍ଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡାରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିବା ଦାବିରେ ଆଜି ଉଲୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ହେଉଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ ଉଲୁଣ୍ଡା ସଦର ମହକୁମାର ସମସ୍ତ ଦୋକାନ ବଜାର, ସରକାରୀ, ବେସରକାରୀ ପ୍ରତିଷ୍ଠାନ ଏବଂ ବ୍ୟାଙ୍କ ବନ୍ଦ ରହିଛି। ଏହାସହ ସୋନପୁର ସମ୍ବଲପୁର ରାସ୍ତାରେ ଉଲୁଣ୍ଡା ଦେଇ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପୂର୍ବରୁ ମଧ୍ୟ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ସେହିସମୟରେ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା। ମାତ୍ର ଦୀର୍ଘ ବର୍ଷ ପରେ ମଧ୍ୟ ଦାବି ପୂରଣ ନ ହୋଇଥିବାରୁ ଏବେ ପୁନର୍ବାର ଆନ୍ଦୋଳନ କରାଯାଉଛି। ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ବୋଲି ସୂଚନା ମିଳିଛି।

Comments are closed.