ନୟାଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୟାଗଡ଼ : ଆଜି ନୟାଗଡ଼ ଜିଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଚିନିକଳ ଶ୍ରମିକ, କର୍ମଚାରୀ ଏବଂ ଚାଷୀଙ୍କ ବକେୟା ରାଶି ଫେରାଇବା ଏବଂ ଚିନିକଳକୁ ପୁନଃ କାର୍ଯ୍ୟକ୍ରମ କରାଇବା ଦାବିରେ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ପାଳନ କରୁଛି । ଜିଲାର କୃଷକ, ଶ୍ରମିକ ଆଦି କେତେକ ସଙ୍ଗଠନ ବନ୍ଦ ପାଳନକୁ ସମର୍ଥନ କରୁଛନ୍ତି ବୋଲି ଜଣାପଡ଼ିଛି। ଆନ୍ଦୋଳନକାରୀମାନେ ଜିଲାର ସମଗ୍ର ସଡ଼କପଥ, ଦୋକାନ, ବଜାର, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବେ ବୋଲି ସୂଚନା ମିଳିଛି।

Comments are closed.