ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥକୁ ପାଣି ସମସ୍ୟା ନେଇ ଶନିବାର ଗ୍ରାମବାସୀ ଅବରୋଧ କରିଛନ୍ତି ବୋଲି ଖବର ମିଳିଛି। ବାରିହାପୁର ଛକ ନିକଟରେ ବାଲଟି, ଡେକଚି, ଧରି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି । ପାଣି ସମସ୍ୟା ନେଇ ବାରମ୍ବାର ଅଭିଯୋଗ ସତ୍ତେ୍ୱ ପ୍ରଶାସନ ଶୁଣୁ ନଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାସ୍ତାର ଉଭୟ ପଟରେ ଗାଡିମୋଟର ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି।

Comments
Loading...