ଭୁବନ ୧୨ ଘଣ୍ଟିଆ ବନ୍ଦ

0

ଭୁବନ: ଭୁବନରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ୮ ଦଫା ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି।  ଭୁବନକୁ ସବ୍‍ଡ଼ିଭିଜନ ମାନ୍ୟତା, ସ୍ଥାୟୀ ଷ୍ଟାଡ଼ିୟମର ପ୍ରତିଷ୍ଠା, ମେଡ଼ିକାଲରେ ଖାଲିଥିବା ଡ଼ାକ୍ତର ପଦ ପୂରଣ, ଭୁବନ ଏନ୍‍ଏସିର ସମସ୍ତ ରାସ୍ତା ମରାମତି ଓ ପ୍ରଶସ୍ତକରଣ, ଅନନ୍ତପୁର ଛକ ଠାରୁ ବାଟ ତରିଣୀ ଛକ ପର୍ଯ୍ୟନ୍ତ କଂକ୍ରିଟ୍‍ କରିବା ଆଦି ଯୁବ ମୋର୍ଚ୍ଚା ପକ୍ଷରୁ ଦାବି  କରାଯାଇଛି। ବିଜେପିର ଏହି ବନ୍ଦ ଡ଼ାକରାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଛି।

Leave A Reply