ବିଭିନ୍ନ ସଙ୍ଗଠନ ପକ୍ଷରୁ ଭଞ୍ଜନଗରରେ ବନ୍ଦ ଡାକରା

ଭଞ୍ଜନଗର : ମଙ୍ଗଳବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଭଞ୍ଜନଗରରେ ବନ୍ଦ ଡାକରା ଦିଆଯାଇଛି। ଓଏସଆରଟିସି ୟୁନିଟ୍‌କୁ ଭଞ୍ଜନଗରକୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ ଓ ପ୍ରାୟ ୭ମାସ ହେବ ବକେୟା ଦରମା ନ ମିଳିବାରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ଏହି ବନ୍ଦ ଡାକରାରେ ବିଭିନ୍ନ ସଙ୍ଗଠନ ସହ ଓଏସଆରଟିସି କର୍ମଚାରୀମାନେ ମଧ୍ୟ ସାମିଲ ରହିଛନ୍ତି। ବନ୍ଦ ଡାକରା ଯୋଗୁଁ ସହରରେ ଅନେକ ଦୋକାନ ବଜାର ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାର ଦେଖିବାକୁ ମିଳିଛି।

Comments are closed.