ସିଟି ହସ୍ପିଟାଲ ଦାବିରେ ବରଗଡରେ ବନ୍ଦ ପାଳନ; ସହରରେ ଉତ୍ତେଜନା

ବରଗଡ଼ : ବରଗଡ ସହରବାସୀ ସିଟି ହସ୍ପିଟାଲ ଦାବିରେ ସୋମବାର ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନ ଫଳରେ ସହରରେ ଉତ୍ତେଜନା ସୃଷ୍ଟି ହେବା ସହ ଜିଲା ମୁଖ୍ୟ ମେଡ଼ିକାଲ ସମ୍ମୁଖରେ ସହରବାସୀ ଏହି ଆନ୍ଦୋଳନ କରିଛନ୍ତି। ଖବର ପାଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ସେଠାରେ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି।
ସୂଚନା ଯୋଗ୍ୟ, ସହରରେ ଥିବା ଜିଲା ମୁଖ୍ୟ ଡ଼ାକ୍ତରଖାନା ୮ କିଲୋମିଟର ଦୂର ତୁକୁର୍ଲ୍ଲା ସ୍ଥାନାନ୍ତର ହେବା ପରେ ସମଗ୍ର ସହରରେ ଏହାକୁ ନେଇ ବର୍ତ୍ତମାନ ଏବେ ଉତ୍ତେଜନା ଲାଗି ରହିଛି। ଆନ୍ଦୋଳନ କାରଣରୁ ଆଜି ସକାଳ ସମୟରୁ ସହରର ସବୁ ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ହଜାର ହଜାର ମହିଳା ଓ ପୁରୁଷ ପୁରୁଣା ଡ଼ାକ୍ତରଖାନା ସମ୍ମୁଖରେ ଏକାଠି ହୋଇ ଧାରଣା ଦେଇଛନ୍ତି। ମାତ୍ର ବରଗଡ଼ ସହରରେ ସିଟି ହସ୍ପିଟାଲ ନ ହେବା ଯାଏଁ ଲୋକେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦ୍‍ ରେ ଅଟଳ ରହିଛନ୍ତି ବୋଲି ଜଣାପଡ଼ିଛି।

Comments are closed.