ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ

ଅନୁଗୁଳ : ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ପ୍ରତିବାଦରେ ଅନୁଗୁଳ ଜିଲା ବିଜେଡି ପକ୍ଷରୁ ଅନୁଗୁଳ ଜିଲାକୁ ବୁଧବାର ୧୨ ଘଣ୍ଟିଆ ବନ୍ଦ  କରାଯାଇଛି | ଏହି ବନ୍ଦରେ ସମସ୍ତ ଦୋକାନ ବଜାର, ପେଟ୍ରୋଲ ପମ୍ପ, ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଛି | ସ୍ୱତଃପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସହରର ପ୍ରବେଶ ପଥକୁ ବିଜେଡି ପକ୍ଷରୁ ସିଲ କରାଯାଇଛି | ଜିଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ନେତୃତ୍ୱ ରେ ହେଉଥିବା ଏହି ବନ୍ଦକୁ ଜିଲାର ସମସ୍ତ ବିଧାୟକ ମାନେ ସମର୍ଥନ ଦେଇଛନ୍ତି | ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଚାଲିବ | ଏହି ବନ୍ଦ ଦ୍ୱାରା ସାମାଜିକ ଜୀବନ ପ୍ରଭାବିତ ହୋଇଛି | ବନ୍ଦ ପ୍ଲାଣ୍ଟ କୁ ଖୁବ ଶୀଘ୍ର ଚାଲୁ କରିବା ସହ ନୂତନ ପ୍ଲାଣ୍ଟ ନିର୍ମାଣ ପାଇଁ ଆନ୍ଦୋଳନକାରୀ ଦାବି ରଖିଛନ୍ତି ।

Comments are closed.