ବୋଲେରୋ ଚୋରକୁ ଧରିବା ଦାବିରେ ରାସ୍ତାରୋକ

ବାଲେଶ୍ୱର : ବାଲେଶ୍ୱର ଜିଲା କଷାଫଳ ଥାନା ଅନ୍ତର୍ଗତ ପରିଖି ଛକରେ ବୋଲେରୋ ଚୋରକୁ ଗିରଫ ଦାବିରେ ଗୁରୁବାର ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସୂଚନା ଅନୁଯାୟୀ, କିଛି ଦିନ ତଳେ ପରିଖି ଅଞ୍ଚଳରେ  ଜଣେ ବ୍ୟକ୍ତିଙ୍କ ବୋଲେରୋ ଗାଡ଼ି ଚୋରି ହେବା ସହ ଏକ ବ୍ୟାଙ୍କରୁ ଲୁଟ ମଧ୍ୟ ହୋଇଥିଲା। ଚୋରି ବିଷୟରେ କଷାଫଳ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।  ମାତ୍ର ପୁଲିସର ତଦନ୍ତ ଆଗକୁ ନବଢିବାରୁ ଏହାର ପ୍ରତିବାଦ କରି ସ୍ଥାନୀୟ ବାସିନ୍ଦା ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଚୋରକୁ ନଧରିଲେ ଆନ୍ଦୋଳନ ଆହୁରି ଉଗ୍ର ହେବ ବୋଲି ସେମାନେ କହିଥିବା ଜଣାପଡ଼ିଛି।

Comments are closed.