ଧାରଣାରେ ଡ଼ାକ୍ତର, ରୋଗୀ ସେବା ବନ୍ଦ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ଉଦଳା ମେଡ଼ିକାଲରେ ଡ଼ାକ୍ତରଙ୍କୁ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ରବିବାର ମେଡ଼ିକାଲ ସମ୍ମୁଖରେ ଡ଼ାକ୍ତର ଓ ସୁରକ୍ଷାକର୍ମୀମାନେ ଧାରଣା ଦେଇଛନ୍ତି। ଫଳରେ ରୋଗୀ ସେବା ବନ୍ଦ ରହିଛି। ସୂଚନା ଅନୁଯାୟୀ, ଶନିବାର ୩ ଜଣ ମଦ୍ୟପ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ଡ଼ାକ୍ତର ସେମାନଙ୍କୁ ତାଙ୍କ ନାଁ ପଚାରିବାରୁ ସେମାନେ ଡ଼ାକ୍ତରଙ୍କୁ ଗାଳି କରିଥିଲେ। ଏହାଦେଖି ସୁରକ୍ଷାକର୍ମୀମାନେ ଆସିବାରୁ ସେମାନଙ୍କୁ ମଧ୍ୟ ମଦ୍ୟପମାନେ ଆକ୍ରମଣ କରିଥିଲେ। ଫଳରେ ଏହି ଘଟଣାକୁ ଦୃଢ ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ଡ଼ାକ୍ତର ଓ ସୁରକ୍ଷାକର୍ମୀମାନେ ଧାରଣାରେ ବସିଛନ୍ତି। ରୋଗୀ ସେବା ସମ୍ପୂର୍ଣ୍ଣ ବନ୍ଦ ଥିବା ସୂଚନା ମିଳିଛି।

Comments are closed.