ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକ

ଯାଜପୁର : ଲଗାତାର ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାକୁ ଓହ୍ଲାଇଛନ୍ତି । ଯାଜପୁର ଖଣ୍ଡରା ଅଞ୍ଚଳରେ ଗତ କିଛି ଦିନ ଧରି ବିଦ୍ୟୁତ ବିଭ୍ରାଟ ଲାଗି ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଅସହ୍ୟ ଗରମ ଯୋଗୁଁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ନାହିଁ ହନ୍ତସନ୍ତ ହେଉଛନ୍ତି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଗ୍ରାମବାସୀମାନେ  ଟାୟାର ଜାଳି ଯାଜପୁର ବିଂଝାରପୁର ରାସ୍ତା ଅବରୋଧ କରିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Comments are closed.