ଫନିକୁ ବିତିଲା ୨୫ ଦିନ, ବିଜୁଳି ସମସ୍ୟା ଦୂର ନହେବାରୁ ଗ୍ରାମବାସୀଙ୍କ ରାସ୍ତାରୋକ

ଜଗତସିଂହପୁର : ସାମୁଦ୍ରିକ ଝଡ଼ ‘ଫନି’କୁ ୨୫ ଦିନ ବିତିଯାଇଥିଲେ ମଧ୍ୟ ବିଜୁଳି ସମସ୍ୟା ଦୂର ନହେବାରୁ ସୋମବାର ବିରିଡ଼ି ବ୍ଲକ ତଳପାଟକ ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି। କନ୍ଦରପୁର-ମାଛଗାଁ ରାସ୍ତାର ପଣ୍ଡିଆ ଛକରେ ଗ୍ରାମବାସୀ ରାସ୍ତାରୋକ କରିଥିବା କାରଣରୁ ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଗାଁକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Comments are closed.