ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟଣା, କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ରାଉରକେଲା : ବିଦ୍ୟୁତ ମରାମତି ପାଇଁ ଭୁବନେଶ୍ବ ଆସିଥିବା ଜଣେ ଆଇଟିଆଇ ଛାତ୍ରଙ୍କ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାଉରକେଲା ସରକାରୀ ଆଇଟିଆଇ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ମୃତ ଛାତ୍ରଙ୍କ ପରିବାରକୁ ୨୫ଲକ୍ଷ ଟଭ୍କା ଓ ଜଣଙ୍କୁ ସରକାରୀ ଚାକିରି ଦେବା ଦାବିରେ ଛାତ୍ରଛାତ୍ରୀମାନେ ଧାରଣ ଦେଇଥିବା ଜଣାପଡିଛି। ମୃତକ ହେଉଛନ୍ତି ରାଉରକେଲା ସରକାରୀ ଆଇଟିଆଇ କଲେଜର ଛାତ୍ର ଭାସ୍କର ସାହୁ।

ସୂଚନାଯୋଗ୍ୟ ଯେ, କଲେଜର ପ୍ରାୟ ୩୫ରୁ ଉର୍ଦ୍ଧ୍ବ ଛାତ୍ର ବିଦ୍ୟୁତ ମରାମତି ପାଇଁ ବୁଧବାର ଦିନ ଭୁବନେଶ୍ବର ଆସିଥିଲେ। ରାତିରେ ସେମାନେ ଟ୍ରେନରେ ଫେରୁଥିବା ବେଳେ ଭାସ୍କର ଖସି ପଡିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

 

Comments are closed.