ଦରମା ଦାବିରେ ଆନ୍ଦୋଳନ

ଭଞ୍ଜନଗର : ଭଞ୍ଜନଗର ଓଏସଆରଟିସିର ଠିକା କର୍ମଚାରୀମାନେ ଦରମା ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ଆନ୍ଦୋଳନ କରିଛନ୍ତି। ୭ମାସର ବକେୟା ଦରମା ନମିଳିବାରୁ ସେମାନେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ଦେଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କୁ ୭ମାସର ଦରମା ନମିଳିବାରୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କମ୍ପାନୀ ସେମାନଙ୍କର ବକେୟା ଟଙ୍କା ନଦେବାରୁ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏନେଇ କମ୍ପାନୀ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।