ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

0

ଭୁବନେଶ୍ବର : ଶୁକ୍ରବାର ଠାରୁ ଚାରି ଦଫା ଦାବି ନେଇ ଅଗ୍ନିଶମ ବିଭାଗ କର୍ମଚାରୀମା​‌ନେ ଆନ୍ଦୋଳନ କରିବେ। ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ଆନ୍ଦୋଳନରେ ରାଜ୍ୟର ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ଜଣାପଡିଛି। ଗତ ସେପ୍ଟେମ୍ବର ମାସ ୨୭ତାରିଖରେ ସମାନ ଦରମା ଓ ଭତ୍ତା ପ୍ରଦାନ କରିବା ପାଇ ଅଗ୍ନିଶମ କର୍ମଚାରୀମାନେ ସରକାରଙ୍କ ସହ ଆଲୋଚନା କରିଥିଲେ। ଏନେଇ ସରକାର ସେମାନଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ଏହା କାର୍ଯ୍ୟକାରୀ ହୋଇ ନଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀ ଆସନ୍ତାକାଲି ଠାରୁ ଆନ୍ଦୋଳନ କରିବେ ବୋଲି ଜଣାପଡିଛି। ପୁଲିସମାନଙ୍କ ପରି ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କୁ ସମାନ କାମ ପାଇଁ ସମାନ ଦରମା ଓ ଭତ୍ତା ପ୍ରଦାନ କରିବା ସହ ଠିକା ନିଯୁକ୍ତି ବନ୍ଦ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

Leave A Reply