ବନ୍ଦ ଡାକରାରୁ ଓହରିବ ନାହିଁ କୃଷକ ସଙ୍ଗଠନ

0

ଭୁବନେଶ୍ବର: ସରକାରଙ୍କ ତାଗିଦ ସତ୍ତ୍ବେ ନବ ନିର୍ମାଣ କୃଷକ ସଙ୍ଗଠନ ୨୧ ତାରିଖ ଓଡିଶା ବନ୍ଦ ଡାକରାରୁ ଓହରିବ ନାହିଁ ବୋଲି କହିଛି। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଭୁବନେଶ୍ବରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ। ବନ୍ଦ ପାଳନରୁ ଅତ୍ୟାବଶ୍ୟକ ବ୍ୟବସ୍ଥାକୁ ବାଦ ଦିଆଯିବ। ବନ୍ଦ ଯୋଗୁଁ ମାଟ୍ରିକ ପରୀକ୍ଷା ପରିଚାଳନାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।

Leave A Reply