ଦେବଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା

0

ଦେବଗଡ଼ : ଦେବଗଡ଼ ଜିଲାରେ ରାସ୍ତାରୋକ ଓ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ସୋମବାର ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ସୂଚନା ଅନୁଯାୟୀ, ବନ୍ଦର ପ୍ରଭାବରେ ଜିଲାର ଅଧିକାଂଶ ସ୍ଥାନରେ ଦୋକାନବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଶତାଧିକ ଭାରିଯାନ ଅଟକି ରହିଛି।
ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତିର ମୁଖ୍ୟ ଦାବି ଗୁଡିକ ହେଉଛି ପ୍ରସ୍ତାବିତ ଅନୁକମ୍ପା ମୂଳକ କ୍ଷତି ପୂରଣ ପ୍ରଦାନ, ଏଲଏ ୧୮ ଓ ୨୮ର ବିଚାର, ବକେୟା ଦେୟ ପ୍ରଦାନ, ପୁନଃବସତି ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ଭଳି ବିଭିନ୍ନ ଦାବି ରହିଛି। ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଦେବଗଡ଼ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବନ୍ଦ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Leave A Reply