ଧର୍ମଗଡ଼ ୧୨ ଘଣ୍ଟିଆ ବନ୍ଦ ପାଳନ

0

ଧର୍ମଗଡ଼ : କଳାହାଣ୍ଡି ଜିଲାର ଧର୍ମଗଡ଼କୁ ଜିଲା ମାନ୍ୟତା ଦାବିରେ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।
ସୂଚନା ଅନୁଯାୟୀ, ବନ୍ଦ ପାଳନରେ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ବନ୍ଦ କରିବାକୁ କମିଟି ଆହ୍ୱାନ ଦେଇଛି। ଧର୍ମଗଡ଼ର ୬ଟି ବ୍ଲକରେ ଏହି ବନ୍ଦ ପାଳନ ହେଉଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Leave A Reply